Styles: English, Odia, Translated. Click here to listen. ଆସିଲା ବରଷା ତୋଫାନ, ସମୁଦ୍ର ଗର୍ଭୁୁ ମାଡ଼ି, ଜୁଆର ଗର୍ଜିଲା ଦୂରରୁ, କେତେ ଶୁଭିଲା ରଡ଼ି। ମାଟି ଘର ଗଲା ଭୁଶୁଡ଼ି, ଶୋଇଲେ ମହା ଦ୍ରୁମ, ଟିକି ପ୍ରାଣୀ ଗଲେ ସନ୍ତପି, ବତାସ ହେଲା ଯମ। ସଭିଏଁ ଚକିତେ ରହିଲେ, ଜାଗିଥିଲେ ଯେଁ ମାନେ, ନିଜ ପ୍ରାଣ ବାଜି ଲଗାଇ, ରଖିଲେ ଆର୍ତ୍ତ ପ୍ରାଣେ। ପ୍ରିୟ ସରକାର ଆମର, ପରା ମିତ୍ର ସାଜିଲେ, ଗତ ଆଗତକୁ ପରଖି, ବେଳୁ ସଜାଗ ଥିଲେ। କେତେ ଅନୁଷ୍ଠାନ ସେବାକୁ, ମହା ଧର୍ମ ମଣନ୍ତି, ଦୁଃଖୀ ଦୁଃଖହ।ରି ପରାଣେ, ଆଶା ଜାଳି ରଖନ୍ତି। ସେହିମାନଙ୍କୁ ଯେ ସମ୍ମାନ, ଦେବା ଆମର ଧର୍ମ, ଦିନରାତି ଏକ କରିଣ, ଯିଏ କରନ୍ତି କର୍ମ। ପଶୁ ପକ୍ଷୀ ଅବା ମନୁଷ୍ୟ, ଠାରେ ନ ରଖି ଭିନ୍ନ, ଜୀବନ ସାଉଁଳି ନିଅନ୍ତି, ତାଙ୍କୁ ଦେବା ସମ୍ମାନ। ପଞ୍ଚ ଉପାଦା ନେ ଗଠିତ, ଯେଣୁ ଆମ ଶରୀର, ପଞ୍ଚ ପ୍ରାଣ ଏକ ହୋଇଲେ, ହେବ ବୈକୁଣ୍ଠ ପୁର। Poem by ସ୍ନିଗ୍ଧା ରାଣୀ ସାହୁ Photo by Quang Nguyen Vinh from Pexels